୨୦୧୨ ମସିହା ଓଡିଶା ଲୋକସେବା ଅଧିକାର
ଅଧିନିୟମ ସଙ୍କ୍ରାନ୍ତୀୟ ବହୁ ଜିଜ୍ଞାସିତ ପ୍ରଶ୍ନ ଉତ୍ତର
୧ . ଓଡିଶା ଲୋକସେବା ଅଧିକାର ଅଧିନିୟମ କ’ଣ ?
ଉ : ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଓଡିଶା ରାଜ୍ୟର ନାଗରିକମାନଙ୍କୁ ଲୋକସେବା ଯୋଗାଇଦେବା ନିମନ୍ତେ ୨୦୧୨ ମସିହା ସେପ୍ଟେମ୍ବର ମାସରେ ଓଡିଶା ବିଧାନସଭାଦ୍ଵାରା ଗୃହୀତ ଏହା ଏକ ଆଇନ ।
୨. ଏହା କିପରି ନାଗରିକ ମାନଙ୍କୁ ସାହାଯ୍ୟ କରିବ ?
ଉ : ଏହି ଆଇନରେ ଅଧିସୂଚିତ ଲୋକସେବା, ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନାଗରିକମାନଙ୍କୁ ଯୋଗାଇ ଦେବାରେ ସାହାଯ୍ୟ କରିବ ।
୩ . ଅଧିସୂଚିତ ସେବା ନିମନ୍ତେ ଦରଖାସ୍ତ ଦାଖଲ କଲାପରେ ନାଗରିକ କ’ଣ ପାଇବେ ?
ଉ : ଭାରପ୍ରାପ୍ତ ଅଧିକାରୀ କିମ୍ବା ତାଙ୍କର କ୍ଷମତାପ୍ରାପ୍ତ ପ୍ରତିନିଧିଙ୍କୁ ଦରଖାସ୍ତ ମିଳିବାପରେ ନାଗରିକ ତାହାର ପ୍ରାପ୍ତି ସ୍ଵୀକୃତି ପାଇବେ ।
୪ . ପ୍ରାପ୍ତି ସ୍ଵୀକୃତିରେ କଣ ରହିବ ?
ଉ : ଯଦି ଦରଖାସ୍ତରେ ଆବଶ୍ୟକୀୟ ଦସ୍ତାବିଜ ସଂଲଗ୍ନ ହୋଇଥାଏ, ତେବେ ବିହିତ ଫର୍ମରେ ପ୍ରଦତ୍ତ ସମୟସୀମାର ଶେଷ ତାରିଖ ଉଲ୍ଲେଖ ଥାଇ ଦରଖାସ୍ତକାରୀଙ୍କୁ ଏକ ପ୍ରାପ୍ତି ସ୍ଵିକୃତି ପତ୍ର ଦିଆଯିବ ।
୫ . କିପରି ଜଣେ ନାଗରିକ ନିଜ ଦରଖାସ୍ତର ଅବସ୍ଥା ସମ୍ବନ୍ଧରେ ଅବଗତ ହେବେ ?
ଉ : ପ୍ରାପ୍ତି ସ୍ଵୀକୃତିରେ ଲିଖିତ ନିଜ ଦରଖାସ୍ତର କ୍ରମାଙ୍କ ଓ ତାରିଖ ଅନୁସାରେ ଭାରପ୍ରାପ୍ତ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଉକ୍ତ ଦରଖାସ୍ତର ଅବସ୍ଥା ସମ୍ବନ୍ଧୀୟ ସୂଚନା ନାଗରିକ ପାଇପାରିବେ।
୬ . ଏହି ଅଧିନିୟମ ଅନ୍ତର୍ଭୂକ୍ତ ସେବାଗୁଡିକ ସମ୍ପର୍କରେ ନାଗରିକ କିପରି ଓ କେଉଁଠି ଜାଣିପାରିବେ ?
ଉ : ଏହି ଅଧିନିୟମ ଅନୁସାରେ ସର୍ବସାଧାରଣଙ୍କ ସୁବିଧାପାଇଁ ସେବା ପ୍ରଦାନ ନିମନ୍ତେ ଅଭିପ୍ରେତ ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟର ସୂଚନା ଫଳକରେ ଓଡିଆ ଭାଷା ଓ ଲିପିରେ ଲୋକସେବାଗୁଡିକର ନାମ ଓ ଏଥିପାଇଁ ନିର୍ଦ୍ଧାରିତ ସମୟସୀମା, ପୁନର୍ବିଚାର ଅଧିକାରୀ ଏବଂ ପୁନଃ ନିରୀକ୍ଷଣ ପ୍ରାଧିକାରୀଙ୍କ ନାମ ଇତ୍ୟାଦି ବିଷୟରେ ସବୁ ସୂଚନା ଲେଖାଯିବ ।
୭ . ଭାରପ୍ରାପ୍ତ ଅଧିକାରୀଙ୍କ କାର୍ଯ୍ୟାଳୟରେ କିଏ ଦରଖାସ୍ତ ଗ୍ରହଣ କରିବ ?
ଉ : ଭାରପ୍ରାପ୍ତ ଅଧିକାରୀ ନିଜର ଅଧସ୍ତନ କୌଣସି କର୍ମଚାରୀଙ୍କୁ ଦରଖାସ୍ତ ଗ୍ରହଣ ଏବଂ ପ୍ରାପ୍ତି ସ୍ଵୀକୃତି ପତ୍ର ପ୍ରଦାନ ନିମନ୍ତେ ପ୍ରାଧିକୃତ ଅଧିକାରୀଙ୍କ ନାମ ସୂଚନା ଫଳକରେ ଉଲ୍ଲେଖ ରହିବ ।
୮ . ଦରଖାସ୍ତ ସହିତ କେଉଁ ନଥି ବା ଦସ୍ତାବିଜଗୁଡିକ ସଂଲଗ୍ନ କରାଯିବା ଆବଶ୍ୟକ ?
ଉ : ପ୍ରତ୍ୟେକ ସେବାପାଇଁ ଦରଖାସ୍ତ ସହିତ ସଂଲଗ୍ନ ହେବାକୁ ଥିବା ଆବଶ୍ୟକୀୟ ଦସ୍ତାବିଜଗୁଡିକ ଭାରପ୍ରାପ୍ତ ଅଧିକାରୀଙ୍କଦ୍ଵାରା ସୂଚନା ଫଳକରେ ଉଲ୍ଲେଖ ରହିବ। ତଦନୁଯାୟୀ ଦରଖାସ୍ତକୁ ସବୁ ଦିଗରୁ ସଂପୂର୍ଣ୍ଣ କରିବା ସହିତ ଆବଶ୍ୟକୀୟ ଦସ୍ତାବିଜଗୁଡିକୁ ଦାଖଲ କରିବେ। କେବଳ ଯେଉଁ କ୍ଷେତ୍ରରେ ଦରଖାସ୍ତଟି ସବୁଦିଗରୁ ସଂପୂର୍ଣ୍ଣ ହୋଇଥିବ, ସେଇ କ୍ଷେତ୍ରରେ ସଂପୃକ୍ତ ଅଧିକାରୀଙ୍କ ସେବା ଯୋଗାଣର ସମୟସୀମାର ଶେଷ ତାରିଖ ଉଲ୍ଲିଖିତ ହେବ।
୯ . ଯଦି ଭାରପ୍ରାପ୍ତ ଅଧିକାରୀ ସେବା ଯୋଗାଇ ଦେବାକୁ ମନା କରନ୍ତି କିମ୍ବା ବିଳମ୍ବ କରନ୍ତି ତେବେ ସେ ତାହା ଦରଖାସ୍ତକାରୀଙ୍କୁ କିପରି ସୂଚୀତ କରିବେ ।
ଉ : ଭାରପ୍ରାପ୍ତ ଅଧିକାରୀ ନିମ୍ନୋକ୍ତ ଦିଗଗୁଡିକୁ ବର୍ଣନା କରି ଦରଖାସ୍ତକାରୀଙ୍କୁ ସୂଚିତ କରିବେ : • ଏପରି ପ୍ରତ୍ୟାଖ୍ୟାନ ବା ବିଳମ୍ବର କାରଣ । • ଏପରି ପ୍ରତ୍ୟାଖ୍ୟାନ କିମ୍ବା ବିଳମ୍ବ ବିରୁଦ୍ଧରେ କେତେଦିନ ମଧ୍ୟରେ ଏକ ପୁନର୍ବିଚାର ଦାଏର କରାଯାଇ ପାରିବ ? • ପୁନର୍ବିଚାର ଅଧିକାରୀଙ୍କ ସମ୍ପର୍କରେ ଉପଲବ୍ଧ ସମସ୍ତ ଯୋଗାଯୋଗ ସୂଚନା ସମେତ ସବୁ ବିବରଣୀ ।
୧୦ . ପ୍ରତ୍ୟେକ ସେବା ପ୍ରଦାନର ନିର୍ଦ୍ଧାରିତ ସମୟସୀମା ସରକାରୀ ଛୁଟି ଦିବସଗୁଡିକ ଅନ୍ତର୍ଭୂକ୍ତ କରୁଛି କି ?
ଉ : ନାଁ,ସେବା ଯୋଗାଣ ନିମନ୍ତେ ପ୍ରଦତ୍ତ ସମୟସୀମାରେ ସରକାରୀ ଛୁଟି ଦିବସଗୁଡିକ ଅନ୍ତର୍ଭୂକ୍ତ ହେବନାହିଁ।
୧୧ . କିଏ ପୁନର୍ବିଚାର ଦାଏର କରିପାରିବେ ?
ଉ : ଯେଉଁ ଦରଖାସ୍ତଟି ଭାରପ୍ରାପ୍ତ ଅଧିକାରୀଙ୍କଦ୍ଵାରା ନାକଚ ହୋଇଥିବ କିମ୍ବା ଯାହାଙ୍କୁ ପ୍ରଦତ୍ତ ସମୟସୀମା ମଧ୍ୟରେ ସେବା ଯୋଗାଇ ଦିଆଯାଇ ନ ଥିବ, ସେ ପୁନର୍ବିଚାର ଦାଏର କରିପାରିବେ।
୧୨ . କ୍ଷୁବ୍ଧ ଦରଖାସ୍ତକାରୀ ଭାରପ୍ରାପ୍ତ ଅଧିକାରୀଙ୍କ ଆଦେଶ ବିରୁଦ୍ଧରେ କେତେଦିନ ମଧ୍ୟରେ ଏକ ପୁନର୍ବିଚାର ଦାଏର କରିପାରିବେ ?
ଉ : ପ୍ରଦତ୍ତ ସମୟସୀମା ଅତିକ୍ରାନ୍ତ ଦେବା ପରଠାରୁ କିମ୍ବା ଦରଖାସ୍ତଟିର ନାକଚ ଆଦେଶ ପ୍ରାପ୍ତି ତାରିଖରୁ ୩୦ (ତିରିଶ) ଦିନ ମଧ୍ୟରେ ଦରଖାସ୍ତକାରୀ ପୁନର୍ବିଚାର ଦାଏର କରିପାରିବେ ପୁନଶ୍ଚ ପୁନର୍ବିଚାର ଦାଏର ପ୍ରାଧିକାରୀ ଯଦି ସନ୍ତୁଷ୍ଟ ହୁଅନ୍ତି ଯେ, ଦରଖାସ୍ତକାରୀ ସମୟସୀମା ମଧ୍ୟରେ ପୁନର୍ବିଚାର ଦାଏର ନ କରିପାରିବାରେ ଯଥେଷ୍ଟ କାରଣବଶତଃ ପ୍ରତିରୋଧିତ ହୋଇଛନ୍ତି ,ତେବେ ସେ ୯୦ (ନବେ)ଦିନ ମଧ୍ୟରେ ଉକ୍ତ ପୁନର୍ବିଚାରକୁ ଗ୍ରହଣ କରିପାରିବେ।
୧୩ . ଭାରପ୍ରାପ୍ତ ଅଧିକାରୀଙ୍କ ଆଦେଶ ବିରୁଦ୍ଧରେ ଜଣେ ଦରଖାସ୍ତକାରୀ କିପରି ଏକ ପୁନର୍ବିଚାର ଦାଏର କରିପାରିବେ?
ଉ : ଭାରପ୍ରାପ୍ତ ଅଧିକାରୀଙ୍କ ଆଦେଶଦ୍ଵାରା କ୍ଷୁବ୍ଧ ଦରଖାସ୍ତକାରୀ ପୁନର୍ବିଚାର ଅଧିକାରୀଙ୍କ ସମ୍ବନ୍ଧରେ ନିମ୍ନୋକ୍ତ ସୂଚନା ସମ୍ବଳିତ ଏକ ପୁନର୍ବିଚାର ଦାଏର କରିପାରିବେ : (୧)ପୁନର୍ବିଚାର ଚାହୁଁଥିବା ଦରଖାସ୍ତକାରୀଙ୍କ ନାମ ଓ ଠିକଣା । (୨ )ଯେଉଁ ଭାରପ୍ରାପ୍ତ ଅଧିକାରୀଙ୍କ ସିଦ୍ଧାନ୍ତ ବିରୁଦ୍ଧରେ ପୁନର୍ବିଚାର ଉପସ୍ଥାପିତ ହେବାକୁ ଯାଉଛି, ଯଥାସମ୍ଭବ ତାଙ୍କର ନାମ ଓ ଠିକଣା । (୩ )ଯେଉଁ ଆଦେଶ ବିରୁଦ୍ଧରେ ପୁନର୍ବିଚାର ପର୍ଯ୍ୟବସିତ, ତାହାର ସାରାଂଶ । (୪ )ଯଦି ଦରଖାସ୍ତର ପ୍ରାପ୍ତି ସ୍ଵୀକୃତି ମିଳି ନ ଥାଏ, ତେବେ ସେପରି କ୍ଷେତ୍ରରେ ଦରଖାସ୍ତର ତାରିଖ ସହିତ ଭାରପ୍ରାପ୍ତ ଅଧିକାରୀଙ୍କ ନାମ ଓ ଠିକଣା । ( ୫ ) ପୁନର୍ବିଚାରର ଭିତ୍ତିଭୂମି । (୬ ) ପ୍ରାର୍ଥିର ଉପଶମ । (୮) ପୁନର୍ବିଚାର ସମାପନ ନିମନ୍ତେ ଆବଶ୍ୟକୀୟ ଅନ୍ୟ ଯେକୌଣସି ସମ୍ପର୍କିତ ସୂଚନା ।
୧୪ . ପୁନର୍ବିଚାର ଦରଖାସ୍ତ ସହିତ କେଉଁ ଦସ୍ତାବିଜସବୁ ସଂଲଗ୍ନ କରାଯିବା ଆବଶ୍ୟକ ?
ଉ : ପୁନର୍ବିଚାର ଦରଖାସ୍ତ ସହିତ ନିମ୍ନୋକ୍ତ ଦସ୍ତାବିଜଗୁଡିକୁ ସଂଲଗ୍ନ କରାଯିବ । (୧) ପୁନର୍ବିଚାର ସହିତ ସଂଲଗ୍ନ ଦସ୍ତାବିଜଗୁଡିକର ବିଷୟବସ୍ତୁର ସାରାଂଶ । (୨)ଯେଉଁ ଆଦେଶ ବିରୁଦ୍ଧରେ ପୁନର୍ବିଚାର କରାଯାଉଛି ତାହାର ସ୍ଵ ଅଣୁପ୍ରମାଣିତ ନକଲ । (୩) ପୁନର୍ବିଚାର ଦରଖାସ୍ତରେ ଉଲ୍ଲିଖିତ ଦସ୍ତାବିଜଗୁଡିକର ନକଲ ।
୧୫ . ପୁନର୍ବିଚାର ଅଧିକାରୀଙ୍କ ଦ୍ଵାରା ପୁନର୍ବିଚାର ଫଇସଲା କରିବା ନିମନ୍ତେ କୌଣସି ବିହିତ ସମୟସୀମା ଅଛି କି ?
ଉ : ପୁନର୍ବିଚାର ଅଧିକାରୀ ପୁନର୍ବିଚାର ଦାଏର ହେବା ତାରିଖଠାରୁ ୩୦ (ତିରିଶ)ଦିନ ମଧ୍ୟରେ ଉକ୍ତ ପୁନର୍ବିଚାରଟିକୁ ଫଇସଲା କରିବେ ଏବଂ ତାଙ୍କ ଆଦେଶରେ ସମୟସୀମା ନିର୍ଧାରଣ ପୂର୍ବକ ସେବା-ଯୋଗାଣ ନିମନ୍ତେ ଭାରପ୍ରାପ୍ତ ଅଧିକାରୀଙ୍କୁ ନିର୍ଦେଶ ଦେବେ ।
୧୬ . ଜଣେ ଦରଖାସ୍ତକାରୀ ସିଧା-ସଳଖ ବିଭାଗୀୟ ଶାସନ ସଚିବ କିମ୍ବା ରାଜ୍ୟ ସରକାରଙ୍କ ନିକଟରେ ଦରଖାସ୍ତ ଦାଖଲ କରିପାରିବେ କି ?
ଉ : : ହଁ, ଦରଖାସ୍ତକାରୀ ସିଧାସଳଖ ବିଭାଗୀୟ ଶାସନ ସଚିବ କିମ୍ବା ରାଜ୍ୟ ସରକାରଙ୍କ ନିକଟରେ ଦରଖାସ୍ତ ଦାଖଲ କାରୀ ପରିବେ । ସ୍ଥଳେ ଦରଖାସ୍ତଟିକୁ ସଂପୃକ୍ତ ପୁନର୍ବିଚାର ଅଧିକାରୀଙ୍କ ନିକଟକୁ ସିଧାସଳଖ ପଠାଇ ଦିଆଯିବ ଏବଂ ପୁନର୍ବିଚାର ଅଧିକାରୀ ଦରଖାସ୍ତଟିକୁ ପୁନର୍ବିଚାର ପରି ଏକା ପଦ୍ଦତିରେ ଫଇସଲା କରିବେ ।
୧୭ . କିଏ ପୁନଃ ନିରୀକ୍ଷଣ ଦାଏର କରିବାକୁ ପସନ୍ଦ କରିବେ ?
ଉ : ପୁନର୍ବିଚାର ଅଧିକାରୀଙ୍କ ଆଦେସରେ କ୍ଷୁବ୍ଧ ଜଣେ ପୁନର୍ବିଚାରକାରୀ ପୁନଃ ନିରୀକ୍ଷଣ ପ୍ରାଧିକାରୀଙ୍କ ସମକ୍ଷରେ ପୁନଃ ନିରୀକ୍ଷଣ ଦରଖାସ୍ତ ଦାଖଲ କରିପାରିବେ
୧୮ . କେଉଁ ସମୟସୀମା ମଧ୍ୟରେ ପୁନଃ ନିରୀକ୍ଷଣ ଦରଖାସ୍ତ ଦାଖଲ କରାଯାଇପାରିବ ?
ଉ : ପୁନର୍ବିଚାର ଅଧିକାରୀଙ୍କ ଆଦେଶରେ କ୍ଷୁବ୍ଧ ପୁନର୍ବିଚାରକାରୀ କିମ୍ବା ଭାରପ୍ରାପ୍ତ ଅଧିକାରୀ ଉକ୍ତ ଆଦେଶର ୩୦(ତିରିଶ)ଦିନ ମଧ୍ୟରେ ଅତିକ୍ରାକ୍ତ ହୋଇପାରେ ପୁନଃ ନିରୀକ୍ଷଣ ଦରଖାସ୍ତ ପୁନଃ ନିରୀକ୍ଷଣ ପ୍ରାଧିକାରୀଙ୍କ ସମକ୍ଷରେ ଦାଖଲ କାରି ପାରିବେ ପୁନଶ୍ଚ, ପୁନଃ ନିରୀକ୍ଷଣ ପ୍ରାଧିକାରୀ ଯଦି ସନ୍ତୁଷ୍ଟ ହୁଅନ୍ତି ଯେ ଦରଖାସ୍ତକାରୀ ସମୟସୀମା ମଧ୍ୟରେ ଯଥେଷ୍ଟ କାରଣ ଯୋଗାଇ ପୁନଃ ନିରୀକ୍ଷଣ ଦରଖାସ୍ତ କରିବାକୁ ପ୍ରତିରୋଧିତ ହୋଇଛନ୍ତି, ତେବେ ସେ ୬୦(ଷାଠିଏ)ଦିନ ପର୍ଯ୍ୟନ୍ତ ପୁନଃ ନିରୀକ୍ଷଣ ଦରଖାସ୍ତ ଗ୍ରହଣ କରିପାରିବେ।
୧୯. ପୁନର୍ବିଚାର ଅଧିକାରୀଙ୍କ ଆଦେଶ ବିରୁଦ୍ଧରେ ଦରଖାସ୍ତକାରୀ କିପରି ପୁନଃରୀକ୍ଷଣ ଦରଖାସ୍ତ ଦାଖଲ କରିବେ?
ଉ : ପୁନର୍ବିଚାର ଅଧିକାରୀଙ୍କ ଆଦେଶରେ କ୍ଷୁବ୍ଧ ଜଣେ ଦରଖାସ୍ତକାରୀ ନିମ୍ନୋକ୍ତ ସୂଚନା ଶମ୍ବଳିତ ଏହି ପୁନଃ ନିରୀକ୍ଷଣ ଦରଖାସ୍ତ ପୁନଃ ନିରୀକ୍ଷଣ ପ୍ରାଧିକାରୀଙ୍କ ସମକ୍ଷରେ ଦାଖଲ କରିପାରିବେ : (୧) ପୁନଃ ନିରୀକ୍ଷଣ ଚାହୁଁଥିବା ଦରଖାସ୍ତକାରୀ କିମ୍ବା ବ୍ୟକ୍ତିଙ୍କ ନାମ ଓ ଠିକଣା (୨) ଉପସ୍ଥାପ୍ୟ ପୁନଃ ନିରୀକ୍ଷଣ ଦରଖାସ୍ତଟି ଯେଉଁ ଭାରପ୍ରାପ୍ତ ଅଧିକାରୀ / ପୁନର୍ବିଚାର ଅଧିକାରୀଙ୍କ ସିଦ୍ଧାନ୍ତ ବିରୁଦ୍ଧର ଉଦ୍ଧିଷ୍ଟ, ଯଥାସଧ୍ୟ ସମ୍ଭବ, ତାଙ୍କ ନାମ ଓ ଠିକଣା। (୩) ଯେଉଁ ଆଦେଶ ବିରୁଦ୍ଧରେ ପୁନଃ ନିରୀକ୍ଷଣ କରାଯାଉଛି ସେହି ଆଦେଶଟିର ସାରାଂଶ । (୪) ଦରଖାସ୍ତର ପ୍ରାପ୍ତିସ୍ଵୀକୃତି ନ ମିଳିବା କାରଣରୁ ପୁନର୍ବିଚାର କରାଯାଇଥିଲେ ଉକ୍ତ ଦରଖାସ୍ତ ଦାଖଲ ତାରିଖ ସହିତ ନାମିତ ଅଧିକାରଙ୍କ ନାମ ଓ ଠିକଣା । (୫) ପୁନର୍ବିଚାର କିମ୍ବା ପୁନଃ ନିରୀକ୍ଷଣର ଭିତ୍ତିଭୂମି । (୬) ପ୍ରାର୍ଥୀତ ଉପଶମ ।
୨୦. ପୁନଃ ନିରୀକ୍ଷଣ ଦରଖାସ୍ତ ସହିତ କେଉଁ ଦସ୍ତାବିଜଗୁଡିକ ସଂଲଗ୍ନ କରାଯିବ ?
ଉ : ପୁନଃ ନିରୀକ୍ଷଣ ଦରଖାସ୍ତ ସହିତ ନିମ୍ନୋକ୍ତ ଦସ୍ତାବିଜଗୁଡିକ ସଂଲଗ୍ନ କରାଯିବା ଆବଶ୍ୟକ : (୧) ପୁନଃ ନିରୀକ୍ଷଣ ଦରଖାସ୍ତ ସହିତ ସଂଲଗ୍ନ ଦସ୍ତାବିଜ ଅନ୍ତର୍ଗତ ବିଷୟବସ୍ତୁର ଏକ ସାରଣୀ । (୨) ଯେଉଁ ଆଦେଶ ବିରୁଦ୍ଧରେ ପୁନଃ ନିରୀକ୍ଷଣ କରାଯାଉଛି, ତାହାର ଏକ ସ୍ଵ-ଅଣୁପ୍ରମାଣିତ ନକଲ । (୩) ପୁନଃ ନିରୀକ୍ଷଣ ନିମନ୍ତ୍ରେ ଦରଖାସ୍ତରେ ଉଲ୍ଲିଖିତ ଦସ୍ତାବିଜଗୁଡିକର ନକଲ ।
୨୧. ପୁନର୍ବିଚାର କିମ୍ବା ପୁନଃ ନିରୀକ୍ଷଣ ସିଦ୍ଧାନ୍ତ ଗ୍ରହଣ ନିମନ୍ତେ କେଉଁ ସବୁ ପଦ୍ଧତି ଅନୁସୃତ ହେବ ?
ଉ : ପୁନର୍ବିଚାର କିମ୍ବା ପୁନଃ ନିରୀକ୍ଷଣ ସିଦ୍ଧାନ୍ତ ଗ୍ରହଣ ନିମନ୍ତେ ନିମ୍ନୋକ୍ତ ପଦ୍ଧତି ଅନୁସୃତ ହେବ: (୧) ସଂପୃକ୍ତ ଦସ୍ତାବିଜ ଗୁଡିକ,ସରକାରୀ ନଥିପତ୍ର କିମ୍ବା ସେଗୁଡିକର ନକଲ ପୁନଃ ନିରୀକ୍ଷଣ ହେବ । (୨)କୌଣସି ଅସାଧାରଣ ପରିସ୍ଥିରେ ଆବଶ୍ୟକୀୟ ଅନୁସନ୍ଧାନ ନିମନ୍ତେ କୌଣସି ଜଣେ ଅଧିକାରୀଙ୍କୁ ପ୍ରାଧିକୃତ କରାଯିବ।
୨୨. ପୁନର୍ବିଚାର କିମ୍ବା ପୁନଃ ନିରୀକ୍ଷଣର ଶୁଣିବା ତାରିଖ,ସଂପୃକ୍ତ ପକ୍ଷଙ୍କୁ କିପରି ଜଣାଇ ଦିଆଯିବ ?
ଉ : ନିମ୍ନୋକ୍ତ ପଦ୍ଧତି ମଧ୍ୟରୁ ଯେକୌଣସି ଗୋଟିଏ ପଦ୍ଧତି ମାଧ୍ୟମରେ ପୁନର୍ବିଚାର ବା ପୁନଃ ନିରୀକ୍ଷଣପାଇଁ ଦରଖାସ୍ତଟିର ଶୁଣାଣିର ସୂଚନା ପ୍ରଦାନ କରାଯିବ ।
୨୩ ପୁନର୍ବିଚାର ଅଧିକାରୀ ଏବଂ ପୁନଃ ନିରୀକ୍ଷଣ ପ୍ରାଧିକାରୀଙ୍କ ସମକ୍ଷରେ ହଜାର ହେବା ଦିବସର କେତେଦିନ ପୂର୍ବରୁ ନୋଟିସ କାରୀ କରାଯିବା ଆବଶ୍ୟକ ?
ଉ : ସବୁ ପରିସ୍ଥିତିରେ ଦରଖାସ୍ତକାରୀ / ଭାରପ୍ରାପ୍ତ ଅଧିକାରୀ / ପୁନର୍ବିଚାର ଅଧିକାରୀ / ଅଧସ୍ତନ କର୍ମଚାରିମାନଙ୍କୁ ଶୁଣାଣି ତାରିଖକୁ ଅନ୍ତତଃ ପକ୍ଷେ ସାତଦିନ ପୂର୍ବରୁ ଜଣାଇ ଦିଆଯିବ ।
୨୪ ପୁନର୍ବିଚାର ଏବଂ ପୁନଃ ନିରୀକ୍ଷଣ ଆଦେଶ ଯୋଗାଇଦେବା ନିମନ୍ତେ କୌଣସି ବ୍ୟବସ୍ଥା ଅଛି କି ?
ଉ : ହଁ, ପୁନର୍ବିଚାର ଏବଂ ପୁନଃ ନିରୀକ୍ଷଣ ଆଦେଶ ଯୋଗାଇଦେବା ନିମନ୍ତେ ବ୍ୟବସ୍ଥା ରହିଛି : (୧) ପୁନର୍ବିଚାର ଏବଂ ପୁନଃ ନିରୀକ୍ଷଣ ଆଦେଶ ଯଥାସ୍ଥିତି,ଶୁଣାଣି ସମୟରେ ପଢାଯିବ ଏବଂ ତାହା ମଧ୍ୟ ଲିପିବଦ୍ଧ କରାଯିବ । (୨) ପୁନର୍ବିଚାର ଆଦେଶର ନକଲ ଦରଖାସ୍ତକାରୀ ଏବଂ ନାମିତ ଅଧିକାରଙ୍କୁ ପ୍ରଦାନ କରାଯିବ। (୩) ପୁନଃ ନିରୀକ୍ଷଣ ଆଦେଶ ନକଲ, ଦରଖାସ୍ତକାରୀ, ଭାରପ୍ରାପ୍ତ ଅଧିକାରୀ, ଅଧସ୍ତନ କର୍ମଚାରୀ ଏବଂ ପୁନର୍ବିଚାର ଅଧିକାରୀଙ୍କୁ ପ୍ରଦାନ କରାଯିବ ।
୨୫. ସେବା ପ୍ରଦାନରେ ବିଫଳ ହୋଇଥିବା ସଂପୃକ୍ତ ଭାରପ୍ରାପ୍ତ ଅଧିକାରୀଙ୍କ ଉପରେ ଜୋରିନାମା କରାଯିବାର କୌଣସି ବ୍ୟବସ୍ଥା ଅଛି କି ?
ଉ : ଶୁଣାଣି ପରେ, ପରିମାର୍ଜନା ଅଧିକାରୀ, ବିନା ଯଥେଷ୍ଟ ଓ ଉପଯୁକ୍ତ କାରଣରେ ସେବା ପ୍ରଦାନରେ ବିଫଳ ହୋଇଥିବା ଭାରପ୍ରାପ୍ତ ଅଧିକାରୀ ଏବଂ ପୁନର୍ବିଚାର ଅଧିକାରୀଙ୍କୁ କୋରିମାନ ଦଣ୍ଡରେ ଦଣ୍ଡିତ କରିପାରିବେ। ପୁନଶ୍ଚ ସେ ଲୋକସେବା ଯୋଗାଣରେ ବିଳମ୍ବ ନିମନ୍ତେ ମଧ୍ୟ ସେମାନଙ୍କୁ ଜୋରିମାନ କରିପାରିବେ।
୨୬. ଜୋରିମାନର ପରିମାଣ କେତେ ?
ଉ : ଯଥେଷ୍ଟ ଓ ଉପଯୁକ୍ତ କାରଣ ବ୍ୟତୀତ ସେବା ଯୋଗାଣରେ ବିଫଳ ହୋଇଥିବା ଭାରପ୍ରାପ୍ତ ଅଧିକାରୀ କିମ୍ବା ପୁନର୍ବିଚାର ଅଧିକାରୀ କିମ୍ବା ସଂପୃକ୍ତ ଅଧସ୍ତନ କର୍ମଚାରୀଙ୍କ ଉପରେ ପରିମାର୍ଜନା ଅଧିକାରୀ ଅଧିକାରୀ ଅନ୍ୟୁନ ୫,୦୦୦ /- (ପାଞ୍ଚ ହଜାର ଟଙ୍କା ) ପର୍ଯ୍ୟନ୍ତ ଜୋରିମାନା କରିପାରିବେ। ସେବା ଯୋଗାଣରେ ପ୍ରତ୍ୟକ ଦିନର ବିଳମ୍ବ ନିମନ୍ତେ ପରିମାର୍ଜନା ଅଧିକାରୀ ମଧ୍ୟ ଅନ୍ୟୁନ ଟ . ୨୫୦/- (ଦୁଇ ଶହ ପଚାଶ) ଟଙ୍କା ହିସାବରେ ଜୋରିମାନା କରିପାରିବେ ।
୨୭. ଜୋରିମାନା କିପରି ଆଦାୟ କରାଯିବ ?
ଉ : ଏହି ଅଧିନିୟମ ଅନୁସାରେ ଆରୋପିତ ଜୋରିମାନା ସଂପୃକ୍ତ ଭାରପ୍ରାପ୍ତ ଅଧିକାରୀ କିମ୍ବା ପୁନର୍ବିଚାର ଅଧିକାରୀ କିମ୍ବା ସଂପୃକ୍ତ ଅଧସ୍ତନ କର୍ମଚାରୀଙ୍କର ଯଥାସ୍ଥିତି,ବେତନ/ମାନଦେୟ/ ପାରିତୋଷିକରୁ ଆଦାୟ କରାଯିବ । ଜୋରିମାନର ଅର୍ଥ ରାଶି ନିମ୍ନୋକ୍ତ ହିସାବ ଶୀର୍ଷରେ ଜମାଦେବା ନିମନ୍ତେ ଅର୍ଥ ବଭାଗ ସ୍ଥିର କରିଛନ୍ତି : “0070-Other Administrative Services-60- Other Services-800-Other Receipts-0097-Misc. Receipts-02214-Fines under Odisha Right to Public Service Act.”
୨୮. ପୁନର୍ବିଚାର ଅଧିକାରୀ ଏବଂ ପୁନଃ ନିରୀକ୍ଷଣ ପ୍ରାଧିକାରୀଙ୍କ ଅଦାଲତର କି କ୍ଷମତା ଅଛି ?
ଉ : ଏହି ଅଧିନିୟମ ଅନ୍ତର୍ଗତ ଏକ ପୁନର୍ବିଚାର ଏବଂ ପୁନଃ ନିରୀକ୍ଷଣକୁ ବିଚାର କଲାବେଳେ ନିମ୍ନୋକ୍ତ ବିଷୟରେ ଦେୱାନି ଅଦାଲତ ଉପରେ ଯେଉଁସବୁ କ୍ଷମତା ନ୍ୟସ୍ତ କରାଯାଇଛି ସେହିସବୁ କ୍ଷମତା ପୁନର୍ବିଚାର ଅଧିକାରୀ ଏବଂ ପୁନଃ ନିରୀକ୍ଷଣ ପ୍ରାଧିକାରୀଙ୍କ ରହିବ । (୧) ଦସ୍ତାବିଜ ଗୁଡିକର ଉପସ୍ଥାପନ ଓ ନିରୀକ୍ଷଣ ଆବଶ୍ୟକ କରାଇବା । (୨) ଭାରପ୍ରାପ୍ତ ଅଧିକାରୀ ଓ ପୁନର୍ବିଚାରକାରୀଙ୍କ ଉପରେ ଶୁଣାଣିବେଳେ ସମନ ଜାରି କରିବା । (୩) ଅନ୍ୟ ଯେ କୌଣସି ବିହିତ ବିଷୟ ।
୨୯. ପୁନର୍ବିଚାର କିମ୍ବା ପୁନଃ ନିରୀକ୍ଷଣ ନିମନ୍ତେ କୌଣସି ଦେୟ ବା ଶୁଳ୍କ ଦେବା ଆବଶ୍ୟକ କି ?
ଉ : ନାଁ, ପୁନର୍ବିଚାର କିମ୍ବା ପୁନଃ ନିରୀକ୍ଷଣ ନିମନ୍ତେ କୌଣସି ଦେୟ ବା ଶୁଳ୍କ ଦେବାକୁ ପଡେ ନାହିଁ ।
୩୦. ଯଦି ପୁନଃ ନିରୀକ୍ଷଣ ପ୍ରାଧିକାରୀଙ୍କ ଆଦେଶ ସଂପୃକ୍ତ କର୍ମଚାରୀଙ୍କ ଦ୍ଵାରା କାର୍ଯ୍ୟାନ୍ଵୟନ କରା ନ ଯାଏ, ତେବେ କଣ ହେବ ?
ଉ : ପୁନଃ ନିରୀକ୍ଷଣ ପ୍ରାଧିକାରୀଙ୍କ ଆଦେଶର ଅନୁପାଳନ କରା ନ ଗଲେ ଅସଦାଚରଣ ରୂପେ ଗଣାଯିବ ଏବଂ ତଦନୁଯାୟୀ ପୁନଃ ନିରୀକ୍ଷଣ ପ୍ରାଧିକାରୀଙ୍କ ସଂପୃକ୍ତ କର୍ମଚାରିଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସୁପାରିଶ କରିବେ ।
୩୧. କୌଣସି ଦେୱାନି ଅଦାଲତ, ପୁନର୍ବିଚାର ଅଧିକାରୀ ଏବଂ ପୁନଃ ନିରୀକ୍ଷଣ ପ୍ରାଧିକାରୀଙ୍କ ଆଦେଶଗୁଡିକ ଉପରେ ମଧ୍ୟ ହସ୍ତକ୍ଷେପ କରି ପାରିବ କି ?
ଉ : ନାଁ, ଏହି ଅଧିନିୟମ ଅନୁସାରେ କରାଯାଉଥିବା କୌଣସି ଆଦେଶ ସମ୍ବନ୍ଧରେ କୌଣସି ମକଦ୍ଦମା,ଦରଖାସ୍ତ କିମ୍ବା ଅନ୍ୟ ପ୍ରୋସିଡିଂ କୌଣସି ଦେୱାନି ଅଦାଲତ ଗ୍ରହଣ କରିପାରିବେ ନାହିଁ ଏବଂ ଅଧିନିୟମ ଅନୁସାରେ ନିର୍ଦ୍ଧାରିତ ଜନସ୍ୱାର୍ଥ ମାମଲା ବ୍ୟତିରେକ ଅନ୍ୟଥା ଏପରି ଆଦେଶ ଉପରେ କୌଣସି ପ୍ରକାରର ପ୍ରଶ୍ନ ଉଠାଯାଇ ପାରିବନାହିଁ ।
୩୨. ବିନା ବିଫଳତାରେ ସେବା ଯୋଗାଣକାରି କର୍ମଚାରୀଙ୍କୁ ଉତ୍ସାହିତ କରିବା ଦିଗରେ ପୁରସ୍କୃତ କରିବା ନିମନ୍ତେ କୌଣସି ବ୍ୟବସ୍ଥା ଅଛି କି ?
ଉ : ସରକାରୀ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ତଥା ସେମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଏକ ବର୍ଷ ମଧ୍ୟରେ ବିନା ବିଫଳତାରେ ଯେଉଁ କର୍ମଚାରୀମାନେ ସେବା ଯୋଗାଇଥିବେ, ସେମାନଙ୍କୁ ରାଜ୍ୟ ସରକାର ମୋଟ ଅନ୍ୟୁନ ଟ .୫,୦୦୦ (ପାଞ୍ଚ ହଜାର) ଟଙ୍କା ପ୍ରୋତ୍ସାହିତ ଅର୍ଥରାଶି ପୁରସ୍କୃତ କରିବା ସହିତ ତାଙ୍କୁ ଏକ ପ୍ରଶଂସାପତ୍ର ମଧ୍ୟ ପ୍ରଦାନ କରାଯିବ ।
୩୩. ଏହି ଅଧିନିୟମ ସମ୍ପର୍କିତ ନଥିପତ୍ର ସଂରକ୍ଷଣ କରାଯିବ କି ନାହିଁ ?
ଉ : ନାମିତ ବା କ୍ଷମତାପ୍ରାପ୍ତ ଅଧିକାରୀ, ପୁନର୍ବିଚାର ଅଧିକାରୀ ଏବଂ ପୁନଃ ନିରୀକ୍ଷଣ ପ୍ରାଧିକାରୀଙ୍କପାଇଁ ଉଦ୍ଦିଷ୍ଟ ଫର୍ମାଟରେ ସବୁ ମାମଲାଗୁଡିକର ନଥିପତ୍ର ରକ୍ଷଣାବେକ୍ଷଣ କରିବେ ।