ଓଡିଶା ଲୋକସେବା ଅଧିକାର ଅଧିନିୟମ -୨୦୧୨
ଆଇନ ବିଷୟରେ ପୃଷ୍ଠଭୂମି :-
ନିର୍ଦ୍ଧିଷ୍ଟ ସମୟ ସୀମା ଭିତରେ ଲୋକସେବା ଯୋଗାଇ ଦେବା ଉତ୍ତମ ପ୍ରଶାସନର ବୈଶିଷ୍ଟ୍ୟ । ଓଡିଶା ସରକାର ବିଭିନ୍ନ ସମୟରେ ନାଗରିକମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବାପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଜନ ମଙ୍ଗଳ ରାଷ୍ଟ୍ରର ବୈଶିଷ୍ଟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର “ଓଡିଶା ଲୋକ ସେବା ଅଧିକାର ଅଧିନିୟମ – ୨୦୧୨” ନାମକ ଏକ ବଳିଷ୍ଠ ବିଧି ବିଧାନସଭାରେ ଗୃହିତ କରାଇଛନ୍ତି । ରାଜ୍ୟ ସରକାର ଏହାଦ୍ଵାରା ଲୋକସେବା ଅଧିକାର ପ୍ରଦାନରେ ସ୍ଵଚ୍ଛତା ଆଣିଛନ୍ତି
ଆଇନ ଓ ନିୟମ | ଇଂରାଜୀ | ଓଡିଆ |
ଆଇନ | ଆଇନ | |
ନିୟମ | ନିୟମ ଓଡିଆ | |
ଲୋକସେବା ଅଧିସୂଚନା | ଇଂରାଜୀ | ଓଡିଆ |
ସେବା | ||
ସେବା ସଂଶୋଧନ | ||
ସେବା ପର୍ଯ୍ୟାୟ -୨ | ||
ସେବା ପର୍ଯ୍ୟାୟ -୩ | ||
ନୂତନ ସେବା ପର୍ଯ୍ୟାୟ -୪ | ||
ହାତପମ୍ପ/ନଳକୂପ ମରାମତି ର ସେବା ସଂଶୋଧନ ![]() |
ଉଦ୍ଦେଶ୍ୟ
ଏହି ଆଇନଦ୍ଵାରା ରାଜ୍ୟ ସ୍ତରରେ ନିଆଯାଇଥିବା ବିଭିନ୍ନ ପ୍ରତିଶ୍ରୁତିକୁ ଗୋଟିଏ ଛତା ତଳେ ରଖାଯାଇଛି । ଏହି ଆଇନ ଦାବି କରାଯାଇଥିବା ଉନ୍ନତ ଲୋକସେବା ପ୍ରତି ସଜାଗ ଅଛି ଏବଂ ଅଧିକାରୀମାନଙ୍କ ତ୍ରୁଟିପାଇଁ ଦଣ୍ଡବିଧାନର ବ୍ୟବସ୍ଥା କରିବାଦ୍ଵାରା ଦୁର୍ନ୍ନିତି ନିବାରଣପାଇଁ ନିର୍ଦ୍ଧିଷ୍ଠ ପଦକ୍ଷେପ ନେଇଛି । ଏହା ସେବାର ସାଧାରଣ ଲୋକଙ୍କ ସୁବିଧାପାଇଁ ଚେଷ୍ଟା କରିଛି, ଯାହା ନାଗରିକ ଦାବିପତ୍ରରେ ଶାସକୀୟ ପ୍ରତିଶ୍ରୁତି ଥିଲା । ନାଗରିକ ବିଭିନ୍ନ ବିଭାଗରୁ ଯେଉଁସବୁ ସେବା ଲାଭ କରିପାରେ,ତାହାକୁ ଆଇନଗତ ଅଧିକାର କରାଯାଇ ଏହି ଆଇନଦ୍ଵାରା ନ୍ୟାୟିକବିଧାନ ଦେବାର ବ୍ୟବସ୍ତା ଅଛି ।
ପ୍ରମୁଖ ବିଶେଷତ୍ଵ
- ବିଭିନ୍ନ ବିଭାଗ ଗୁଡିକର ସେବାଗୁଡିକୁ ନାଗରିକମାନଙ୍କୁ ଯୋଗାଇ ଦେବାପାଇଁ ନିର୍ଦ୍ଧିଷ୍ଟ ସମୟସୀମା ସହିତ ଅଧିସୂଚିତ କରାଯିବ ।
- ପ୍ରତେକ ଅଧିସୂଚିତ ସେବାଗୁଡିକ ଯୋଗାଇଦେବା ପାଇଁ ସ୍ଵତନ୍ତ୍ର ନାମିତ ଅଧିକାରୀ ରହିବେ ଯାହାକୁ ନାଗରିକମାନେ ସେବା ଉପଲବ୍ଧି ପାଇଁ ଆବେଦନ କରିପାରିବେ ଏବଂ ଏହି ନାମିତ ଅଧିକାରୀ ମାନେ ପ୍ରତେକ ସେବାକୁ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଯୋଗାଇଦେବେ ।
- ଯଦି କୌଣସି ନାଗରିକକୁ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ସେବା ପାଇବାରେ ବିଳମ୍ବ ହୁଏ ତେବେ ସିଏ ଅପିଲ ଅଧିକାରୀଙ୍କ ପାଖରେ ଅପିଲ କରିପାରିବେ ଏବଂ ଅପିଲ ଅଧିକାରୀ ବିଚାର କରି ଆବାଶ୍ୟକ ଆଦେଶ ଦେବେ ।
- ଯଦି କୌଣସି ନାଗରିକ ଅପିଲ ଅଧିକାରୀଙ୍କ ଠାରୁ ଉଚିତ ଆଦେଶ ନ ପାଇଲେ କିମ୍ବା ଯଦି ଅପିଲ ଅଧିକାରୀ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ସେବାଟିକୁ ଯୋଗାଇ ନ ପାରିଲେ ତେବେ ସେହି ନାଗରିକଟି ପୁନଃନିରୀକ୍ଷଣ ଅଧିକାରୀଙ୍କ ପାଖରେ ପୁନଃ ଆବେଦନ କରିପାରିବେ ।
- ଯଦି ନାମିତ ଅଧିକାରୀ କୌଣସି ସେବାକୁ ଯୋଗାଇଦେବାର ଅସଫଳ ହେଲେ (ଯଥେଷ୍ଟ ଏବଂ ଉଚିତ କାରଣ ବିନା ) ତେବେ ପୁନଃନିରୀକ୍ଷଣ ଅଧିକାରୀଙ୍କ ଉପରେ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଦଣ୍ଡ ବିଧାନ କରିପାରିବେ ।
- ଯଦି କୌଣସି ସେବା ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଯୋଗାଇଦେବାରେ ବିଳମ୍ବ ହୁଏ ତେବେ ପୁନଃନିରୀକ୍ଷଣ ଅଧିକାରୀ ଦିନପିଛା ୨୫୦ ଟଙ୍କା ଭିତରେ (ଯେତେଦିନ ପର୍ଯ୍ୟନ୍ତ ବିଳମ୍ବ ହୁଏ) ଦଣ୍ଡ ବିଧାନ କରିପାରିବେ ।
- ପୁନଃନିରୀକ୍ଷଣ ଅଧିକାରୀ ପ୍ରତ୍ୟେକ ମାମଲାକୁ ବିଚାର କରି ସେହି ଅନୁପାତରେ ନାମିତ ଅଧିକାରୀ ,ଅପିଲ ଅଧିକାରୀ ଏବଂ ଅଧିନସ୍ଥ କର୍ମଚାରୀଙ୍କ ଉପରେ ଦଣ୍ଡ ବିଧାନ କରିପାରିବେ ।
- ଦଣ୍ଡ ବିଧାନ ପୂର୍ବରୁ ଏହି ନାମିତ ଅଧିକାରୀ,ଅପିଲ ଅଧିକାରୀ ଏବଂ ଅଧିନସ୍ଥ କର୍ମଚାରୀ ମାନଙ୍କଠାରୁ ଉଚିତ କାରଣ ଜାଣିବା ପାଇଁ ସୁଯୋଗ ଦିଆଯିବ ।
- ଯଦି ପୁନଃନିରୀକ୍ଷଣ ଅଧିକାରୀଙ୍କ ଆଦେଶକୁ ଅନୁପାଳନ ନ କରାଯାଏ ତେବେ ତାହା ଆଚରଣ ବିରୋଧୀ ହେବ ଏବଂ ସେହି ସରକାରୀ କର୍ମଚାରୀଙ୍କ ବିରୋଧରେ ଅନୁଶାସନାତ୍ମକ କାର୍ଯ୍ୟ।ନୁଷ୍ଟାନ ଗ୍ରହଣ କରାଯିବ ।